ସ୍ଥିର ହୋଇଯାଇଛି ଦିନ, ୭ ଦିନ ପରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର; ଖାତାକୁ ଏତେ ବଢ଼ି ଆସିବ ଦରମା
Advertisement
trendingNow11360779

ସ୍ଥିର ହୋଇଯାଇଛି ଦିନ, ୭ ଦିନ ପରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର; ଖାତାକୁ ଏତେ ବଢ଼ି ଆସିବ ଦରମା

7th Pay Commission:  ସରକାର ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧି କରିଥିଲେ । ସେତେବେଳେ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହି କାରଣରୁ ଡିଏକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୪ ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଉଛି ।

ସ୍ଥିର ହୋଇଯାଇଛି ଦିନ, ୭ ଦିନ ପରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର; ଖାତାକୁ ଏତେ ବଢ଼ି ଆସିବ ଦରମା

ନୂଆଦିଲ୍ଲୀ: 7th Pay Commission, DA Hike: ଚଳିତ ବର୍ଷ ଦୀପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ବଡ଼ ଉପହାର ମିଳିପାରେ । କେନ୍ଦ୍ରର ମୋଦି ସରକାର (Modi Govt) କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି କରିପାରନ୍ତି । ଯାହା ଫଳରେ ସେମାନଙ୍କ ଦରମାରେ ବମ୍ପର ବୃଦ୍ଧି (Salary Hike) ହେବ । ଯଦି ମୋଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରନ୍ତି, ତେବେ ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ସେପ୍ଟେମ୍ବର ଶେଷ ସୁଦ୍ଧା କେନ୍ଦ୍ର କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତାର ଉପହାର ଦେଇପାରନ୍ତି ମୋଦି ସରକାର । ଏନେଇ ଖୁବ୍ ଶୀଘ୍ର କେନ୍ଦ୍ର କ୍ୟାବେନିଟର ବୈଠକ ମଧ୍ୟ ଅନୁଷ୍ଠିତ ହେବାର ଅଛି । ଏହା ସହିତ କେନ୍ଦ୍ର କର୍ମଚାରୀଙ୍କୁ ମହଙ୍ଗା ଭତ୍ତାର ବକେୟା ରାଶି ମଧ୍ୟ ତାଙ୍କ ଖାତାକୁ ଟ୍ରାନ୍ସଫର ହୋଇପାରେ । କେଉଁ ଦିନ ସରକାର ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ, ଆସନ୍ତୁ ସେହି ବିଷୟରେ ଜାଣିବା...

କେବଳ କିଛି ଦିନର ଅପେକ୍ଷା ଏହା ପରେ ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ଖାତାକୁ ମୋଟା ଅଙ୍କର ଅର୍ଥ ଆସିପାରେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୮ରେ ନବରାତ୍ରୀ ଆରମ୍ଭ ହେବାର ଦୁଇ ଦିନ ପରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗଙ୍କ ପାଇଁ ସରକାର ବଡ଼ ଘୋଷଣା କରିପାରନ୍ତି । ସେପ୍ଟେମ୍ବର ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇଁ ଘୋଷଣା କରାଯାଇପାରେ । ସରକାର ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧି କରିଥିଲେ । ସେତେବେଳେ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହି କାରଣରୁ ଡିଏକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୪ ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଉଛି ।

ଆପଣଙ୍କୁ କହି ରଖୁଛୁ ଯେ, କର୍ମଚାରୀଙ୍କ ନୂତନ ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୨ରୁ ଲାଗୁ ହେବ, ଅର୍ଥାତ୍ ଆପଣ ଗତ ୩ ମାସର ବକେୟା ଟଙ୍କା ପାଇବେ । ଏହି ପରିମାଣକୁ ବର୍ଦ୍ଧିତ ଡିଏ ସହିତ ଆପଣଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯିବ । କର୍ମଚାରୀଙ୍କ ମହଙ୍ଗା ଭତ୍ତା All India Consumer price Index ଉପରେ ନିର୍ଭର କରିଥାଏ । ଏହା ଅନୁଯାୟୀ କର୍ମଚାରୀମାନଙ୍କ ଦରମା ବୃଦ୍ଧି ହୁଏ । କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତାରେ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହା ଉପରେ କୌଣସି ଅପଡେଟ୍ ମିଳିନାହିଁ । ତେବେ ସରକାର ନିଶ୍ଚିତ ଭାବରେ ସ୍ପଷ୍ଟ କରିଛନ୍ତି ଯେ ଅଷ୍ଟମ ବେତନ ଆୟୋଗ (8th Pay Commission) ବର୍ତ୍ତମାନ ଆସିବ ନାହିଁ । AICPI-IW (All India Consumer Price Index- Industrial Worker) ର ପ୍ରଥମ ଛଅ ମାସର ତଥ୍ୟ ପ୍ରକାଶ କରିଥିଲା । ଏଥିରେ ସୂଚକାଙ୍କ ୦.୨ ପଏଣ୍ଟ ବୃଦ୍ଧି ପାଇ ୧୨୯.୯ରେ ପହଞ୍ଚିଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥିର କରିବାକୁ ସରକାର ଏହି ସୂଚୀର ତଥ୍ୟ ବ୍ୟବହାର କରନ୍ତି । ସୂଚକାଙ୍କ ବୃଦ୍ଧି ଯୋଗୁଁ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବ । ଯାହା ଫଳରେ ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଏହାର ଲାଭ ପାଇବେ ।

ଅଧିକ ପଢ଼ନ୍ତୁ:-ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! ଉଦ୍ଧବ-ଏନସିପି-କଂଗ୍ରେସକୁ ମିଳିଲା ବଡ଼ ସଫଳତା

ଅଧିକ ପଢ଼ନ୍ତୁ:-କେବଳ ଗୋଟିଏ ଛକା ମାରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

ଅଧିକ ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।

Trending news